କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୧୧ ଟ୍ରେନର ଗତିପଥ ବଦଳିଲା, ୧୧ ଟ୍ରେନ ବାତିଲ

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଦୁର୍ଘଟଣା ଯୋଗୁ ୧୧ଟି ଟ୍ରେନର ଗତିପଥରେ ପରିବର୍ତ୍ତନ ହୋଇଥିବାବେଳେ ୧୧ଟି ଟ୍ରେନର ଯାତ୍ରାକୁ ରଦ୍ଦ କରାଯାଇଛି। ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୨୮୪୧ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବାରୁ ଖଡ଼ଗପୁର ଡିଭିଜନ ଦେଇ ଯାତାୟତ କରିବାକୁ ଥିବା ବିଭିନ୍ନ ଟ୍ରେନର ଗତିପଥରେ ପରିବର୍ତ୍ତନ ସହ କେତେକ ଟ୍ରେନ ଯାତ୍ରାକୁ ବାତିଲ କରାଯାଇଛି ।

ପୁରୀ-ହାୱାଡା ଏକ୍ସପ୍ରେସ, ପୁରୀ-ଶାଲିମାର ଏକ୍ସପ୍ରେସ ଓ ପୁରୀ-ଭଞ୍ଜପୁର ଲୋକାଲ ଟ୍ରେନର ଯାତ୍ରାକୁ ବାତିଲ କରାଯାଇଥିବାବେଳେ ୩ତାରିଖରେ ଯାତ୍ରା କରିବାକୁ ଥିବା ଖୋର୍ଦ୍ଧା ରୋଡ-ଖଡଗପୁର ଟ୍ରେନ, ବାଙ୍ଗିରିପୋଷୀ ସୁପରଫାଷ୍ଟ ଇଣ୍ଟରସିଟି ଓ ଭୁବନେଶ୍ୱର- ବାଲେଶ୍ୱର ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି। ସେହିପରି ୨ତାରିଖରେ ଅର୍ଥାତ୍ ଆଜି ଯାତ୍ରା ଆରମ୍ଭ କରିବାକୁ ଥିବା ହାୱାଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ହାୱାଡା ଏସଏମଭିବି ସୁପରଫାଷ୍ଟ ଏକ୍ସପ୍ରେସ, ହାୱାଡା ମେଲ୍‌, ଶାଲିମାର-ପୁରୀ ସୁପରଫାଷ୍ଟ,କୋଲକାତା-ପୁରୀ ସୁପରଫାଷ୍ଟ ଏକ୍‌ପ୍ରେସକୁ ରଦ୍ଦ କରାଯାଇଛି । ସେହିପରି ଦିବ୍ରୁଗଡ଼ ଏକ୍ସପ୍ରେସକୁ ଭଦ୍ରକକୁ ଫେରି ଆସିଥିବାବେଳେ ଅନ୍ୟ ୪ଟି ଟ୍ରେନର ଗତିପଥକୁ ଟାଟାନଗର ଷ୍ଟେସନ ନିକଟରେ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି।

You May Also Like

More From Author

+ There are no comments

Add yours