Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ କହିଥିଲେ ଯେ, ଆମ ପାଇଁ ଉଦ୍ଧାରକାର୍ଯ୍ୟ ସବୁଠୁ ବଡ ପ୍ରାଥମିକତା । ସେହିଭଳି ଏହି ଘଟଣାରେ ପାଖାପାଖି 1000 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ୭ଟି ସ୍ପେଶାଲିଟି ହସ୍ପିଟାଲ ପ୍ରସ୍ତୁତ ରହିଛି । ଅନ୍ୟପଟେ ଆଜି ସାରା ରାଜ୍ୟରେ ଶୋକ ପାଳନ କରାଯିବ । ଦିନିକିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *