କରମଣ୍ଡଳ ଟ୍ରେନ ଦୁର୍ଘଟଣା, ଏବେ ପର୍ଯ୍ୟନ୍ତ ୨୩୩ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ପର୍ଯ୍ୟନ୍ତ ୨୩୩ ଜଣଙ୍କର ମୃତ୍ୟୁ ହେଲାଣି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି ।
ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି । କିଛି ଜଣଙ୍କ ମରଶରୀରର ପକେଟରୁ ମୋବାଇଲ ଫୋନ୍ ବାଜୁଥିବାର ଦେଖିବାକୁ ମିଳିଛି । କିନ୍ତୁ ପରିବାରବର୍ଗଙ୍କୁ ମୃତ୍ୟୁ ବାବଦରେ ସୂଚନା ମିଳୁଥିବାର ଦୁଃଖଦ ଖବର ଦେଖିବାକୁ ମିଳୁଛି ।

You May Also Like

More From Author

+ There are no comments

Add yours