ଭାରତୀୟ ରେଡକ୍ରସ ସୋସାଇଟି ଜିଲ୍ଲା ଶାଖା ତରଫରୁ ଆଗାମୀ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଏକ ଦିବସୀୟ ପ୍ରାଥମିକ ଚକିତ୍ସା ପ୍ରଶିକ୍ଷଣ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା ଏଥିରେ 71 ଜଣ ସ୍ୱେଛାସେବୀ ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଅପଦକଳିନ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଜିତେନ୍ଦ୍ର ପାତ୍ର ରେଡକ୍ରସ ର ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ସଭାକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ରେଡକ୍ରସ ଶାଖାର ଟ୍ରେନର ଅଫିସର ଭାବେ ଗୋପାଳ କୃଷ୍ଣ ମହାପାତ୍ର, ଇତିଶ୍ରୀ ସୁନ୍ଦରାୟ ଓ କୁବେର ପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସହଯୋଗ କରିଥିଲେ ଆଦିତ୍ୟ କୁମାର ବରାଳ, ନୀଳାଚଳ ଦାସ, ଦୀପକ ପାତ୍ର,ଗାୟତ୍ରୀ ଦାସ, ଜୟନ୍ତୀ ମହାପାତ୍ର, ନାରାୟଣ ଦାଶ, ବିଜୟ ପଟ୍ଟନାୟକ, ଲାଲା ଅନନ୍ତ କୁମାର ସିଂହ, ଏଥିରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ଓ ଅପଦ କାଳୀନ ସମୟରେ ସେବା ପ୍ରଦାନ ସମ୍ପର୍କ ରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶେଷରେ ଦୀପକ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l