Wed. Oct 14th, 2026

ଭାରତ କଳା, ସ୍ଥାପତ୍ୟ, ଇତିହାସ, ସୌନ୍ଦର୍ଯ୍ୟରେ ଯେତିକି ପରିପୂର୍ଣ୍ଣ ସେତିକି ରହସ୍ୟର ଗନ୍ତାଘର ମଧ୍ୟ । ଭାରତରେ ଏପରି ଅନେକ ରହସ୍ୟମୟୀ ମନ୍ଦିର ରହିଛି, ଯାହାର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଛି। କିଛି ମନ୍ଦିରରେ ଅନେକ ଅତ୍ଭୁତ ଚମତ୍କାର କଥା ଦେଖିବାକୁ ମିଳେ। ଏମିତିକି କୁହାଯାଏ ଯେ ଏହି ସବୁ ମନ୍ଦିରକୁ ଯିଏ ରାତିରେ ଯାଏ ସେ ଫେରିକି ଆସେନା। ବୈଜ୍ଞାନିକମାନେ ମଧ୍ୟ ଏଭଳି ଚମତ୍କାର ଉପରେ ରିସର୍ଚ୍ଚ କରି କୌଣସି ତଥ୍ୟ ଖୋଜି ପାଇ ନାହାଁନ୍ତି। ତେବେ ଏହି ମନ୍ଦିର ଗୁଡିକରେ କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀମାନେ ମଧ୍ୟ ସନ୍ଧ୍ୟା ହେଲେ ସେଠାକୁ ଯାଆନ୍ତି ନାହିଁ। ଯିଏ ରହସ୍ୟ ଦେଖିବା ପାଇଁ ସନ୍ଧ୍ୟାରେ ଏହି ମନ୍ଦିର ଗୁଡ଼ିକରେ ରୁହେ, ସେ ମରିଯାଏ କିମ୍ବା ମାନସିକ ସ୍ତରରେ ପାଗଳ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଭାରତର କେଉଁ ମନ୍ଦିର, ଯେଉଁଠାରେ ରାତିରେ ରହିବାକୁ ମନା କରାଯାଇଛି। ରାଜସ୍ଥାନର ବାଡମେରରେ ସହରରେ ଅବସ୍ଥିତ କିରାଡୁ ମନ୍ଦିର। ଏହି ମନ୍ଦିରରେ ଅନେକ ଅସମାହିତ ରହସ୍ୟ ରଅଛି । ଏହି ମନ୍ଦିରରେ ହୋଇଥିବା ଖୋଦନ ଏତେ ସୁନ୍ଦର ଯେ ଏହାକୁ ରାଜସ୍ଥାନର ଖଜୁରାହୋ ମଧ୍ୟ କୁହାଯାଏ। ବହୁ ଆଗରୁ କୁହାଯାଏ ଯେ ଏହି ମନ୍ଦିରରେ ସାଧୁଙ୍କ ଅଭିଶାପ ହେତୁ ସନ୍ଧ୍ୟା ପରଠାରୁ ଏହି ମନ୍ଦିରରେ କେହି ରୁହନ୍ତି ନାହିଁ। ଲୋକଙ୍କ କହିବା ଅନୁଯାୟୀ ଥରେ ଜଣେ ସାଧୁ ନିଜ ଶିଷ୍ୟମାନଙ୍କ ସହିତ ଏହି ସହରକୁ ଆସିଥିଲେ। ଏଠାରେ କିଛି ଦିନ ରହିବା ପରେ ସାଧୁ ଜଣଙ୍କ ଏକାକୀ ଦେଶ ଭ୍ରମଣ ପାଇଁ ଚାଲିଗଲେ। ଏହା ପରେ ଛାଡି ଯାଇଥିବା ଶିଷ୍ୟର ସ୍ୱାସ୍ଥ୍ୟ ଖରାପ ହୋଇଗଲା, ଯାହାର ଯତ୍ନ ଜଣେ କୁମ୍ଭାର ବ୍ୟତିତ ଆଉ କେହି ନେଉ ନଥିଲେ। ତେବେ ଯେତେବେଳେ ସାଧୁ ଫେରି ଆସିଲେ, ଆସୁସ୍ଥ ଥିବା ଶିଷ୍ୟର ଅବସ୍ଥା ଦେଖି ବହୁତ ଦୁଖିତ ହୋଇଗଲେ। ଫଳରେ ସେ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ ଯେ ଏଠାରେ ଥିବା ଲୋକମାନଙ୍କ ଠାରେ ମାନବିକତା ନାହିଁ ଏବଂ ହୃଦୟଗୁଡ଼ିକ ପଥର ପରି, ତେଣୁ ଗାଁର ସମସ୍ତ ଲୋକ ପଥରରେ ପରିଣତ ହେବା ଉଚିତ୍ ବୋଲି ସେ ଅଭିଶାପ ଦେଇଥିଲେ। କିନ୍ତୁ ସେହି କୁମ୍ଭାରଙ୍କୁ ସନ୍ଧ୍ୟା ପୂର୍ବରୁ ଗାଁ ଛାଡି ପଛକୁ ନ ଚାହିଁବାକୁ କହିଥିଲେ ସାଧୁ। ହେଲେ କୁମ୍ଭାର ଜଣଙ୍କ ସାଧୁଙ୍କୁ ପରୀକ୍ଷା କରିବାକୁ ଯାଇ ପଛକୁ ଚାହିଁଥିଲେ। ଏହା ପରେ ସେ ମଧ୍ୟ ପଥରରେ ପରିଣତ ହେଲେ। ସେବେଠାରୁ କୁହାଯାଏ ଯେ ସନ୍ଧ୍ୟା ହେଲେ କେହି ବି ସେଠାରେ ରୁହନ୍ତି ନାହିଁ । ଯଦି କେହି ସେଠାରେ ରୁହନ୍ତି, ସେ ପଥରରେ ପରିଣତ ହୋଇଯାଆନ୍ତି।ମାଆ ଶାରଦା ଦେବୀ ମନ୍ଦିର: ଏହି ମନ୍ଦିର ବିନ୍ଧ୍ୟାଞ୍ଚଳ ପର୍ବତର ଶିଖରରେ ଅବସ୍ଥିତ। ଏହି ମନ୍ଦିର ବିଷୟରେ କୁହାଯାଏ ଯେ ଦେବୀ ଶାରଦାଙ୍କୁ ପ୍ରଥମେ ଆଲ୍ହା ପୂଜା କରନ୍ତି। ଯେତେବେଳେ ସକାଳେ ମନ୍ଦିରର କବାଟ ଖୋଲାଯାଏ, ମଆଙ୍କ ପାଦ ତେଳେ ପାଣି ଏବଂ ଫୁଲ ପଡିଥିବା ଦେଖିବାକୁ ମିଳେ। କୁହାଯାଏ ଯେ ଅଲ୍ଲା ହିଁ କଠୋର ତପସ୍ୟା ପରେ ମାଆଙ୍କ ମୂର୍ତ୍ତି ପାଇଥିଲେ। ସେବେଠାରୁ ଆଜି ପର୍ୟ୍ୟନ୍ତ ଆଲ୍ଲା ହିଁ ପ୍ରଥମେ ମାଆଙ୍କୁ ପୂଜା କରନ୍ତି । କିନ୍ତୁ ମନ୍ଦିରରେ କେହିବି ଆଲ୍ହାଙ୍କୁ ଦେଖିନାହାଁନ୍ତି। ପଣ୍ଡିତମାନେ ମଧ୍ୟ ରାତିରେ ଏହି ମନ୍ଦିରରେ ରୁହନ୍ତି ନାହିଁ। ରାତିରେ ମନ୍ଦିରରେ ଯେଉଁମାନେ ଆଲ୍ହାଙ୍କୁ ଦେଖିବା ପାଇଁ ପର୍ବତରେ ରୁହନ୍ତି, ସେମାନେ ମରିଯାଆନ୍ତି। ଏହି କାରଣରୁ ମନ୍ଦିରରେ କେହି ରୁହନ୍ତି ନାହିଁ।

Leave a Reply

Your email address will not be published. Required fields are marked *