Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ସାକ୍ଷୀଗୋପାଳରେ ରେଳ ଷ୍ଟେସନରେ ଅଟକିବ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ମଧ୍ୟ ସାକ୍ଷୀଗୋପାଳ ଷ୍ଟେସନରେ ଅଟକିବ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର ଏହି ଦାବିକୁ ସ୍ବୀକାର କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି ଟ୍ରେନ ଅଟକିବା ଦ୍ବାରା ସତ୍ୟବାଦୀ ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହେବେ।
କାଳୁପଡାଘାଟ ଠାରେ ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ ରହଣିକୁ ମଧ୍ୟ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବୀକୃତି ଦେଇଛନ୍ତି। ଏହା ଦ୍ବାରା ଚିଲିକା ଅଞ୍ଚଳବାସୀଙ୍କର ଦୈନନ୍ଦିନ ଜୀବନରେ ସୁଧାର ଆସିବ ସହିତ ଲୋକମାନଙ୍କର ଗମନାଗମନ ସୁବିଧାଜନକ ହେବ। ରେଳ ମନ୍ତ୍ରୀ ଏହି ଦାବି ଗ୍ରହଣ କରିଥିବାରୁ ଶ୍ରୀ ପାତ୍ର ଧନ୍ୟବାଦ ଜଣାଇଛନ୍ତି। ସୂଚନାଥାଉକି, ଗତ- ଜାନୁଆରୀ ୧୦ ତାରିଖରେ ଏବଂ ମାର୍ଚ୍ଚ ୩୧ ତାରିଖରେ ଶ୍ରୀ ପାତ୍ର ରେଳମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଥିଲେ।

Leave a Reply

Your email address will not be published. Required fields are marked *