ଶିକାରୀ ଗୁଳିରେ ବନରକ୍ଷୀ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ଶିକାରୀ ଗୁଳିରେ ବନରକ୍ଷୀ ମୃତ୍ୟୁ ମାମଲା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୋଲିସ । ଗିରଫ ୩ ଶିକାରୀ ହେଲେ ସୁକୁଲା ମର୍ଣ୍ଡି, ବୁଦ୍ଧଦେବ ସିଂ, ଓ ଜୁଗୁଲୁ ସିଂ । ସେମାନଙ୍କ ପାଖରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଗୁରୁବାର ରାତିରେ ପୋଲିସର ସ୍ୱତନ୍ତ୍ର ଟିମ ଶିମିଳିପାଲ ନିକଟ ଗାଁରେ ଅପରେସନ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଛି । ଏହି ତିନି ଅଭିଯୁକ୍ତ ବାଙ୍ଗିରିପୋଷି ବ୍ଲକର ହୋଇଥିଲା ବେଳେ ବୁଦ୍ଧଦେବ ସିଂ ବଡଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ । ତିନି ଜଣଙ୍କୁ ଗୁପ୍ତ ସ୍ଥାନରେ ରଖି ପୋଲିସ ପଚରାଉଚରା ଚଳାଇଛି ।

You May Also Like

More From Author

+ There are no comments

Add yours