Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ବାରିପଦାରେ ବନରକ୍ଷୀ ବିମଳ ଜେନାଙ୍କୁ ଗଳି କରି ହତ୍ୟା ଘଟଣାରେ ଶିମିଳିପାଳର ସବୁ ପ୍ରବେଶ ପଥ ସିଲ୍ କରାଯାଇଛି । ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହା ବ୍ୟତୀତ ଅତିରକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ଘଟଣାର ତଦନ୍ତ ଚଳାଇଛି । ଘଟଣାରେ ମୋଟ୍ ୧୦ ଜଣ ଶିକାରୀ ସଂପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ୱର ଏସପି ।

Leave a Reply

Your email address will not be published. Required fields are marked *