ନିତି ଆୟୋଗ ବୈଠକରେ ଯୋଗଦେବେ ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ନୂଆଦିଲ୍ଲୀରେ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ୨୬ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଦୋହରାଇବା ସହ ଗ୍ରୀନ୍ ସେସ୍ , ଖଣି ରୟାଲିଟି ପରିମାଣ ବୃଦ୍ଧି, ବ୍ୟାଙ୍କିଙ୍ଗ ଓ ମୋବାଇଲ ନେଟୱାର୍କିଂ ସୁବିଧା ଆଦି ପ୍ରସଙ୍ଗରେ ଦାବି ଉତଥାପନ କରିବେ ବୋଲି ଜଣାପଡ଼ିଛି ।ଣ୍ଡା ଅଗ୍ନିଶମ ବିଭାଗ ପହଂଚି ଗ୍ରାମବାସୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours