Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନିରଥର ପାଞ୍ଚ ଦଣ୍ଡା କାମ ବି ସରିବା ଉପରେ । ଏଥିସହ ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ୱିତୀୟ ଭୂଇଁ ନିର୍ମାଣ ପାଇଁ ଚଉପଟ ଭୂଇଁ ଖମ୍ବ ଯୋଗାଇଛନ୍ତି ଭୋଇ ସେବକ । ରଥ ନିର୍ମାଣ ପାଇଁ ମହାରଣାମାନେ ମାପ ଚିହ୍ନ ଦେଇଛନ୍ତି ।
ସେଥିରେ ବିନ୍ଧ କାର୍ଯ୍ୟ ଜାରି ରହିଛି । ଦେବୀରଥର ଚାରିଗୋଚି ଚାରି ନାହାକା ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ଦୁଇଗୋଟି ଚାରି ନାହାକାର ନିର୍ମାଣ କାମ ଜାରି ରହିଛି । ତିନିରଥର ରୂପକାର ସେବକମାନେ ତିନିରଥର ସାଲଗୁଜ ଏବଂ ତିନିଗୁଜ ଗୁଡିକର ରୂପ ଖୋଦାଇ ଶେଷ କରି ଶେଷ ଦୁଇଟି ତିଖ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *