ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର, ଆଜି ମହାଦେବଙ୍କର ବିବାହ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା । ସାମାଜିକ ରୀତିନୀତି ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ସମ୍ପାଦନ ହେଉଛି । ଗତକାଲି ମହାଦେବଙ୍କର ନିର୍ବନ୍ଧ ଏବଂ ଦେବ ନିମନ୍ତ୍ରଣ ସରିଯାଇଛି । ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜଳେଶ୍ୱର ବାବା, ବଡବଡାରର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବାଙ୍କ ସହିତ ଜଗତଜନନୀ ମା ପାବ ର୍ତୀଙ୍କ ବିବାହ ପାଇଁ ଦେବମନିମନ୍ତ୍ରଣ ଅନୁଷ୍ଠିତ ହୋଇଯାଇଛି ।
ଆଜି ଜଗତଜନନୀ ମା’ ପାର୍ବତୀଙ୍କ ସହ ହେବ ହେବ ଦେବ ଦେବ ମହାଦେବଙ୍କ ବିବାହ । ଘଣ୍ଟ ଘଣ୍ଟା ଧ୍ୱନିରେ ସହର କମ୍ପୁଥିବା ବେଳେ ଦୁଲୁୁୁଦୁଲି ବାଜା ଓ ନାଚରେ କମ୍ପୁଛି ସବୁପଡା । ଆଜି ରାଜିରେ ବାହାରିବ ବାବଙ୍କ ବାରାତି ଆଉ ତାପରେ ହେବ ବିବାହ । ଭକ୍ତ ଏବଂ ଶ୍ରଦ୍ଧାଳୁ ଚାହିଁ ରହିଛନ୍ତିି ଦେଖିବାକୁ ହର ହର ଶମ୍ଭୁଙ୍କ ବିବାହ ।ଦୁଇଟି ତିଖ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।

You May Also Like

More From Author

+ There are no comments

Add yours