ଗଙ୍ଗାରେ ଭାସୁଥିବା ଶବ କରୋନା ପଜିଟିଭ?

ଗଙ୍ଗାରେ ଭାସୁଥିବା ଶବ କରୋନା ପଜିଟିଭ? ଏହାର ସତ୍ୟତା ଜାଣିବା ପାଇଁ ବିହାର ସରକାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଗଙ୍ଗାରେ ଦିନ ଦିନ ଧରି ଶବ ଭାସୁଛି । କରୋନାରେ ଆକ୍ରାନ୍ତ ହୋଇ ରୋଗୀର ମୃତ୍ୟୁ ହେଲେ ଡାକ୍ତରଖାନା କର୍ମଚାରୀମାନେ ଦାହ ନକରି ଗଙ୍ଗାରେ ଭସାଇ ଦେଇଥିବା ଚର୍ଚ୍ଚା ହେବା ପରେ ବିହାର ସରକାର ତତ୍ପର ହୋଇ ଉଠିଛନ୍ତି । କରୋନା ଭୂତାଣୁ ଗଙ୍ଗାର ପବିତ୍ର ପାଣିକୁ ଦୂଷିତ କରୁଛି କି ନାହିଁ ଜାଣିବା ପାଇଁ ନମୁନା ପରୀକ୍ଷା କରାଯାଉଛି ବୋଲି ବିହାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ନବୀନ କୁମାର କହିଛନ୍ତି । ଭଙ୍ଗାରେ ଭାସୁଥିବା ଶବର ନମୁନା ସଂଗ୍ରହ କରି ପରୀକ୍ଷା କରିବା ରେଟିନ୍ ୱାର୍କ । କିନ୍ତୁ କରୋନା ମହାମାରୀ ସମୟରେ ଅଧିକ ଶବ ଭାସୁଥିବାରୁ ପଲ୍ୟୁସନ୍ ବୋର୍ଡ ଏହାକୁ ଗୁରୁତର ସହ ନେଇଛି । ଗଙ୍ଗା ପାଣି କୋଭିଡ ଭୂତାଣୁ ଦ୍ୱାରା ପ୍ରଦୂଷିତ ହୋଇଛି କି ନାହିଁ ଜାଣିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ନବୀନ କୁମାର କହିଛନ୍ତି ଜଳଶକ୍ତି ମନ୍ତ୍ରାଳୟ ଅଧୀନରେ ଜାତୀୟ ଗଙ୍ଗା ମିଶନ ଓ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ସିକୋଲୋଜିକାଲ ରିସର୍ଚ୍ଚ ଲକ୍ଷେ୍ମøର ମିଳିତ ଆନୁକୂଲ୍ୟରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପ୍ରବୀଣ କୁମାର ପୁଣି କହିଛନ୍ତି ଜୁନ୍ ୧ରେ ବୁକ୍ସାର, ଜୁନ୍୫ରେ ପାଟନା, ଭୋଜପୁର ଓ ସରନ୍ରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲକ୍ଷେ୍ମø ପଠାଯାଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି ।

You May Also Like

More From Author

+ There are no comments

Add yours