ଚିନ୍ତାମଣି ଗୌଡ଼ ଦଶମ ବୋର୍ଡ ପରୀକ୍ଷାରେ ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ l ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗମ୍ଭାରୀଗୁଡା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚିନ୍ତାମଣି ଗୌଡ଼ ବ୍ଲକ ଟପ୍ପର ହୋଇଛନ୍ତି l 552 ନମ୍ବର ରଖି ବ୍ଲକରେ ପ୍ରଥମ ହୋଇଥିବାରୁ ଚିନ୍ତାମଣିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଚିନ୍ତାମଣି ଭବିଷ୍ୟତରେ ଜଣେ ଭଲ ବିଜ୍ଞାନ ଶିକ୍ଷକ ହେବାର ସ୍ୱପ୍ନ ରଖିଛନ୍ତି l

ଚିନ୍ତାମଣି ଗମ୍ଭାରୀଗୁଡା ଗ୍ରାମର ପ୍ରେମ ଗୌଡ଼ ଏବଂ ଉମା ଗୌଡ଼ଙ୍କ କନ୍ୟା l ଅତ୍ୟନ୍ତ ଗରିବ ପରିବାର କୁଲି ମଜୁରୀ କରି ନିଜର ପରିବାର ଚଳାଇଥାନ୍ତି l ବାପା ପ୍ରେମ ଗୌଡ଼ ଏଠାରେ କୌଣସି କାମଧନ୍ଧା ନମିଳିବାରୁ ବାହାର ଜିଲ୍ଲାକୁ ଦାଦନ ଖଟିବା ପାଇଁ ଯାଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି l ପରିଶ୍ରମ, ଏବଂ ଇଛା ଶକ୍ତି ଆଗରେ ଦାରିଦ୍ରତା ହାର ମାନିଥିବା ନେଇ ଏଠାରେ ଚର୍ଚ୍ଚା ଜୋରଧରିଛି l ଚନ୍ଦାହାଣ୍ଡି ବ୍ଲକରେ ସର୍ବ ମୋଟ 939 ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଏ -1ରେ ୟୁଜି ହାଇସ୍କୁଲ ଭେଣ୍ଡିଆର ଛାତ୍ର ଗଗନ ବିହାରୀ ସାହୁ 543 ରଖି ଦ୍ଵିତୀୟ ଏବଂ ୟୁ ଜି ହାଇ ସ୍କୁଲ ପୂଜାରୀଗୁଡାର ଛାତ୍ରୀ ବିବିତା ବିଶି 540 ନଂ ସହ ତୃତୀୟ ସ୍ଥାନରେ ରହିଛନ୍ତି l

ଗଗନ ଏବଂ ବବିତା କୌଣସି ଡାକ୍ତର ହେବାର ହେବାର ସ୍ୱପ୍ନ ରଖିଛନ୍ତି l ଏ-2 ରେ 103 ବି-1,333, ବି-2 300, ସି-143, ଡି-36, ଇ-17 ଜଣ ପାସ କରିଥିବା ବେଳେ 5 ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି ବୋଲି ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟଳୟ ସୂତ୍ରରୁ ସୂଚନା ଦିଆଯାଇଛି l

You May Also Like

More From Author

+ There are no comments

Add yours