ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ଅନୁଭୂତ ହେବ ତାତି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ଆକଳନ କରିଛି । ଗତକାଲି ୪୪.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତପ୍ତ ସହର ପାଲଟିଥିବା ବେଳେ ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ନୂଆପଡା, ସମ୍ବଲପୁର, ଝାରସୁଗୁଡା ଓ ହୀରାକୁଦରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଏହାରି ଭିତରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଘଡଘଡି ସହ ବର୍ଷା ହୋଇଛି । ଆଜି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ଉତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

You May Also Like

More From Author

+ There are no comments

Add yours