ଏଲଓସିରେ ସେନାର ଟୀକାକରଣ

କେବଳ ଶତ୍ରୁ ଉପରେ ନଜର ରଖେ ନାହିଁ ଭାରତୀୟ ସେନା । ଅପହଞ୍ଚ ଇଲାକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଯବାନମାନେ ନଜର ରଖିଥାନ୍ତି । କରୋନା ମହାମାରୀ ସମୟରେ ଟିକାକରଣ ପାଇଁ ସହଯୋଗର ହାତ ବଢାଇଲା ଭାରତୀୟ ସେନା । ଜାମ୍ମୁ-କାଶ୍ମିରୀର ପାକିସ୍ତାନ ସୀମାକୁ ଲାଗିଥିବା ବାରମୂଳା ଜିଲ୍ଲାରେ କୋଭିଡ ଟିକାକାରଣରେ ସେନା ଗୁରୁତବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ବାରମୂଳାର ଦୁର୍ଗମ ଅଞ୍ଚଳରେ ସେନା ଚଳାଇଛି ଟିକାକରଣ । ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟଶିବିର ଆୟୋଜନ କରି ଲୋକଙ୍କୁ ଦେଉଛି ଟିକା । ଏଲଓସିକୁ ଲାଗିରହିଥିବା ଗାଁକୁ ସ୍ୱାସ୍ଥ୍ୟକର୍ମୀ ଓ ଯବାନମାନେ ଚାଲିଚାଲି ଯାଇ ଲୋକଙ୍କୁ ଟିକା ଦେଉଛନ୍ତି । ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ସେନା ଗୁରୁତ୍ୱ ଦେଉଥିବାରୁ ସୀମାରେ ବସବାସ କରୁଥିବା ମହମ୍ମଦ ରଫିକ୍ ଭାରତୀୟ ସେନାକୁ କୃତଜ୍ଞତା ଜଣାଇଛନ୍ତି । ଦୁର୍ଗମ ଅଞ୍ଚଳର ଲୋକଙ୍କ କଥା କେହି ବୁଝନ୍ତି ନାହିଁ, କରୋନା ମହାମାରୀ ସମୟରେ ଭାରତୀୟ ସେନା ବହୁ କଷ୍ଟ କରି ଆମ ପାଖରେ ପହଞ୍ôଚ ଟିକା ଦେଉଥିବାରୁ ଆଉ ଜଣେ ବାସିନ୍ଦା ସେନାକୁ ପ୍ରଶଂସାରେ ପୋତି ଦେଇଛନ୍ତି । ଆଜି ସୁଦ୍ଧା ଜାମୁ-କଶ୍ମରରେ ୨୧ହଜାର ୮୧୭ଜଣ କରୋନା ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଉ ଥରେ ଦେଖନ୍ତୁ ସେନାର ଟିକାକାରଣର ଦୃଶ୍ୟ । ।

You May Also Like

More From Author

+ There are no comments

Add yours