ଡାକରେ ଯାଉଛି ଚିତାଭଷ୍ମ

ପ୍ରୟାଗରାଜ : କୋଭିଡରେ ମୃତ ଲୋକଙ୍କ ପରିବାରକୁ ଆସ୍ୱସ୍ତି ଦେବାକୁ ଭାରତୀୟ ଡାକ ବିଭାଗ ଆଗେଇ ଆସିଛି । କୋଭିଡରେ ମୃତ ବ୍ୟକ୍ତିଙ୍କୁ ଗଙ୍ଗାକୂଳରେ ଦାହ କରାଯାଉଛି । ଚିତ୍ତାଭସ୍ମ ନ ପାଇ ପରିବାର ଓ ଆତ୍ମୀସ୍ୱଜନ କ୍ରିୟାକର୍ମ ବେଳେ ଅସୁବିଧାରେ ପଡୁଛନ୍ତି । ଏହି ସମସ୍ୟା ଦୂର କରିବା ପାଇଁ ଶବଦାହ କରୁଥିବା ଲୋକଙ୍କ ଠାରୁ ଓ ଡାକ୍ତରଖାନାରୁ ମୃତ ବ୍ୟକ୍ତିଙ୍କ ଠିକଣା ପୟାଗରାଜ ପୋଷ୍ଟ ଅଫସି କର୍ତ୍ତୃପକ୍ଷ ସଂଗ୍ରହ କରୁଛନ୍ତି । ସଂଗୃହୀତ ଠିକଣାରେ ମୃତ ବ୍ୟକ୍ତିଙ୍କ ଚିତ୍ତାଭସ୍ମ ସ୍ପିହି ପୋଷ୍ଟରେ ପଠାଯିବାର ବ୍ୟବସ୍ଥା କରିଛି ପୟାଗରାଜରେ ପୋଷ୍ଟ ଅଫିସ୍ । ଏହି ସେବାର ନାଁ ରଖାଯାଇଛି ଓମ୍ ଦିବ୍ୟଦର୍ଶନ । ଗଙ୍ଗାନଦୀ କୂଳରେ ପ୍ରତିଦିନ ଶହ ଶହ କୋଭିଡ ରୋଗୀଙ୍କୁ ଦାହ କରାଯାଉଥିବାରୁ ପାଉଁଶ ପବିତ୍ର ଗଙ୍ଗାନଦୀକୁ ଦୂଷିତ କରୁଛି । ବିଶେଷ କରି ପ୍ରୟାଗରାଜ, ହରିଦ୍ୱାର ଓ ଗୟା ଘାଟରେ ବହୁ ଲୋକଙ୍କୁ ଦାହ କରାଯାଉଥିବାରୁ ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଲୋକଙ୍କ ଚିତ୍ତାଭସ୍ମକୁ ସ୍ପିଡିପୋଷ୍ଟ ମାଧ୍ୟରେ ହାକ ବିଭାଗ ସେମାନଙ୍କ ପରିବାରକୁ ପଠାଇବାର ବ୍ୟବସ୍ଥା ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours