ଆଗକୁ ଶିବ ବିବାହ,ରାୟଗଡ଼ା ସହରସ୍ଥିତ ପ୍ରେମ ପାହାଡରେ ସ୍ୱଚ୍ଛତା ଅଭିଯାନ

ରାୟଗଡ଼ା :ରାୟଗଡା ଜିଲ୍ଲା ଚନ୍ଦ୍ରଗିରି ବ୍ଲକ ର ପବିତ୍ର ଶିବ ପୀଠ ମୀନାଝୋଲାର ଜନକଲ୍ୟାଣ ଆଶ୍ରମ ପରିସରରେ ଆସନ୍ତା ମଇ 24 ତାରିଖରେ ବୈଦିକ ରୀତି ଅନୁଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେହିଭଳି 25 ତାରିଖ ରେ ଶୀତଳ ଷଷ୍ଠି ପର୍ବ ପାଳନ କରାଯିବ l ଏହି ପରିପେକ୍ଷୀରେ ଆଜି ଜନକଲ୍ୟାଣ ଆଶ୍ରମ ର ମୁଖ୍ୟ ପରିଚାଳକ ସ୍ୱାମୀ ଜନକାନନ୍ଦ ଗିରି ଓ ଆଶ୍ରମର କର୍ମ କର୍ତ୍ତା ସହ ରାୟଗଡା ସହର ସ୍ଥିତ ପ୍ରମ ପାହାଡ ଶିବ ପୀଠ ଠାରେ ଦୁଇ ଦିନିଆ ସ୍ୱଛତା ଅଭିଯାନ ଆରମ୍ଭ କରାଯାଇଥିଲା l ଏଥିରେ ସହର ପ୍ରେସ କ୍ଲବ, ସିନିଅର ସିଟିଜନ, ଗାୟତ୍ରୀ ପରିବାର ଓ ମିଟସ ଗ୍ରୁପ ର ପିଲାମାନେ ଅଂଶ ଗ୍ରହଣ କରି ଥିଲେ । ପ୍ରସିଦ୍ଧ ଜନକଲ୍ୟାଣ ଆଶ୍ରମର ମୁଖ୍ୟ ସ୍ୱାମୀ ଜନକାନନ୍ଦ ଗିରି ପିଲାଙ୍କ ସହ ମିଳିମିଶି ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ଏଭଳି ମହତ କାମରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ଭାଗ ନେଇଥିଲେ ।

ଆସନ୍ତା 24 ତାରିଖରେ ଜନ କଲ୍ୟାଣ ଆଶ୍ରମ,ମୀନାଝୋଲାରେ  ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବ । 24 ତାରିଖ ସକାଳୁ  ମଙ୍ଗଳ କଳସ ସ୍ଥାପନ ଓ ବିବାହ ପାଣିଗ୍ରହଣ ସହ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ସେହିଭଳି 25 ତାରିଖରେ  ପାର୍ବତୀ ମାତାଙ୍କ ଅଭିଷେକ ଓ ଗାୟତ୍ରୀ ମହାଯଜ୍ଞ ଆୟୋଜନ ହେବ । ପ୍ରାଚୀନ ଶୈବପୀଠ ମୀନାଝୋଲାର ଅନନ୍ୟ ଆକର୍ଷଣ ରହିଥିବା ବେଳେ ଶୀତଳଷଷ୍ଠୀ ଓ ଶିବ ବିବାହ ଅବସରରେ ବହୁ ଶ୍ରଦ୍ଧାଳୁ ଏକାଠି ହେବେ । ଏହି ଅବସରରେ ପ୍ରେମ ପାହାଡ ଓ ଜନ କଲ୍ୟାଣ ଆଶ୍ରମ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ପାଇଁ ପ୍ରୟାସ ପ୍ରଶଂସନୀୟ ନିଶ୍ଚୟ ।

ରାୟଗଡାରୁ ଅଜିତେଶ ପଟ୍ଟନାୟକ,ଶବ୍ଦ ଓଡ଼ିଶା

You May Also Like

More From Author

+ There are no comments

Add yours