ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ଶ୍ରୀଜୀୟୁଙ୍କ ଦର୍ଶନ ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ବୁଧବାର ୪ ଘଣ୍ଟା ଶ୍ରୀଜୀୟୁଙ୍କ ଦର୍ଶନ ବନ୍ଦ ରହିବ। ସ୍ନାନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ ୪ ଘଣ୍ଟା ଲାଗି ବନକାଲାଗି ନୀତି କରାଯିବ। ଏହି ନୀତି ଅନୁସାରେ ଶ୍ରୀଜିଉଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯିବ। ଏହି ସମୟରେ ବନ୍ଦ ରହିବ ଦର୍ଶନ।

ସେପଟେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିହେବ। ତା’ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଏହି ନୀତି ସେବାୟତମାନେ କରୁଥିବାରୁ କେହି ଦର୍ଶନ କରିପାରିବେନି। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।

You May Also Like

More From Author

+ There are no comments

Add yours