Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରରୁ ଦୁବାଇକୁ ସିଧା ଉଡ଼ିଲା ବିମାନ। ପ୍ରଥମ ଦିନରୁ ଫୁଲ୍‌ କାପାସିଟିରେ ଯାତ୍ରା କରିଛି ଇଣ୍ଡିଗୋ ବିମାନ। ତେବେ ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭରୁ ତେଜିଛି ଅସନ୍ତୋଷର ରାଜନୀତି। କାରଣ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଉଡ଼ିଥିବା ପ୍ରଥମ ବିମାନରେ ୧୮୬ ଯାତ୍ରୀଙ୍କ ଭିତରୁ ପ୍ରାୟ ୭୦ ଜଣ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନିମନ୍ତ୍ରିତ ଅତିଥି। ଯାହାଙ୍କ ଭିତରେ ଅଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତ ଓ ବିକ୍ରମ ପଣ୍ଡା ପ୍ରମୁଖ। କେବଳ ଏମାନେ ନୁହନ୍ତି, ଏମାନଙ୍କ ଭିତରୁ କିଛି ନେତା ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରଥମ ଫ୍ଲାଇଟରେ ଦୁବାଇ ନେଇଛନ୍ତି।

ସେହିଭଳି ଫାଇଭ୍‌ ଟି ସଚିବ, ଉନ୍ନୟନ କମିଶନର ଓ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦୁବାଇ ଗସ୍ତ କରିଛନ୍ତି। ଏହି ନେତା ଓ ଅଫିସରମାନେ ଆସନ୍ତା ୧୬ ଓ ୧୭ ତାରିଖରେ ଦୁବାଇରେ ହେବାକୁ ଥିବା ଓଡ଼ିଶା ଦିବସ ଉତ୍ସବରେ ଯୋଗଦେବେ।

Leave a Reply

Your email address will not be published. Required fields are marked *