ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଚେଙ୍ଗଲପଟ୍ଟୁରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଲ୍ଲୁପୁରମ ଏସପି ଏବଂ ଚେଙ୍ଗଲପଟ୍ଟୁ ଏସପିଙ୍କ ସମେତ ୪ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି। ଏହି ବିଷାକ୍ତ ମଦ ଜବତ କରାଯାଇଛି ବୋଲି ଉତ୍ତର ଜୋନ୍ ଆଇଜି ଏନ୍ କାନ୍ନନ୍ କହିଛନ୍ତି।
