କନକ ବ୍ୟୁରୋ : ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତିତାଙ୍କ ପତ୍ନୀ ଅଦ୍ରିଜା ସିଂ। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଦ୍ରିଜା। ଏନେଇ ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ASPଙ୍କୁ ଦେଇଥିବା ସୂଚନା ମିଳିଛି।
ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍ କରିବା ସହ ଏକଦା ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।। ଏନେଇ ମଧ୍ୟ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
