Wed. Oct 14th, 2026

ପୁରୀ ଜିଲ୍ଲା ଆକ୍ଯୁଟିକ ସଂଘ ଓ ପୁରୀ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ପୁରୀ ଜିଲ୍ଲାସ୍ତରୀୟ ଜଳକ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ ଉଦଘାଟନ କରି କ୍ରୀଡା ଶରୀରକୁ ସୁସ୍ଥ ଓ ଫୂର୍ତ୍ତି ରଖିବା ସହ ଜୀବନକୁ ଶୃଙ୍ଖଳିତ କରିଥାଏ ବୋଲି କହିଥିଲେ । ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ ଏହି ସନ୍ତରଣାଗାରରେ ଏହା ପ୍ରଥମ ସନ୍ତରଣ ପ୍ରତିଯୋଗିତା କହି ଜାତୀୟ ସଙ୍ଗୀତ ଗାନ କରାଇ ଏହାକୁ ଏକ “ସ୍ମାରକୀ ପ୍ରତିଯୋଗିତା” ବୋଲି କହିଥିଲେ। ଅତିଥି ଭାବେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜେଏସଡବ୍ଲୁର କ୍ରୀଡାର ସଂଯୋଜକ ସ୍ୱାଗତ ମହାପାତ୍ର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସନ୍ତରଣ ସଂଯୋଜକ ବିନାୟକ ପ୍ରସାଦ ରାଓ ଉପସ୍ଥିତ ଥିଲେ। ଏଥିରେ ମୋଟ ୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଚାରିଗୋଟି ସନ୍ତରଣ ଷ୍ଟ୍ରୋକ ଉପରେ ମୋଟ ୩୭ ଗୋଟି ଇଭେଣ୍ଟ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ପନ୍ଦର ଜଣିଆ ସ୍ୱତନ୍ତ୍ର ବୈଷୟିକ ଦଳ “ଫିନା ନିୟମ” ମୁତାବକ ପରିଚାଳନା କରିଥିଲେ।ଜିଲ୍ଲା ଆରକ୍ଷୀ ବିଭାଗ, ବେଳାଭୂମୀ ଲାଇଫ ଗାର୍ଡ଼ ସଂଘ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସେବା ଯୋଗାଇଥିଲେ।

Leave a Reply

Your email address will not be published. Required fields are marked *