୭ ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ । ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଛନ୍ତି । ବଂଶଧାରା ଘୁମୁସୁରା ନାଗବଳୀ ଡିଭିଜନ ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପଙ୍କାଳଗୁଡି ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଛି । ଏଥିପାଇଁ ଚନ୍ଦ୍ରପୁର ମୁନିଗୁଡା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀ ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଛି । ମାଓବାଦୀମାନେ ମୌଳିକ ସେବା ଦାବି କରି ବନ୍ଦ ଡକରା ଦେଇଛନ୍ତି ।
