ଜଳିବ ସାରା ଓଡ଼ିଶା, ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ଆଜିଠୁ ପୁଣି ଜଳିବ ସାରା ଓଡ଼ିଶା । ତତଲା ଖରାରେ ସିଝିବେ ଓଡ଼ିଶାବାସୀ । କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ବାୟୁ ଓଡ଼ିଶାକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଆଜି ଝାରସୁଗୁଡା, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ଗରମ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

୧୬ ଓ ୧୭ ତାରିଖ ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ‌ହେବ । ୧୬ ତାରିଖଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଏବଂ ୧୭ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବା ନେଇ ଆକଳନ କରାଯାଇଛି । ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ପାର କରିଯାଇପାରେ ବୋଲି ଅନୁମାନ କରାଯାଇଛି । ତେବେ ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ ।

You May Also Like

More From Author

+ There are no comments

Add yours