Wed. Oct 14th, 2026

ଚନ୍ଦନ ଯାତ୍ରାରେ ସାଧାରଣତଃ ସୁଭଦ୍ରାଙ୍କୁ ଚାଟ ଖେଳିବାର ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣିଛନ୍ତି କି ଏହାର କାରଣ କ’ଣ? ସୁଭଦ୍ରା ହେଉଛନ୍ତି ପ୍ରକୃତିଙ୍କ ଭଗ୍ନୀ ରୂପ, ଏବଂ ଶ୍ରୀମନ୍ଦିରରେ ମୂଳ ଏଣୁ ପତ୍ନୀ ସ୍ଵରୁପ ଶ୍ରୀ ଭୂ ବିଜେ ହେବା ବିଧେୟ।ସୁଭଦ୍ରା ଓ ମହାଲକ୍ଷ୍ମୀ ଏକ ଓ ଅଭିନ୍ନ। ଏବଂ ଏଇ ଅଭିନ୍ନ ତତ୍ତ୍ଵ ହେତୁ ଶ୍ରୀ ଭୂ ଉଭୟ ଅଣସର ସମୟରେ ସୁଭଦ୍ରାଙ୍କ ବାଡ଼ରେ ବିଜେ ହୁଅନ୍ତି। ଶ୍ରୀ ଭୂ ମଧ୍ୟ ଏକ ଓ ଅଭିନ୍ନ ତେଣୁ କାର୍ଯ୍ୟ ବିଚାର ଅନୁଯାଇ ସେମାନେ ବିଜେ ହୁଅନ୍ତି। ମହାପ୍ରଭୁଙ୍କ ଚାରି ପତ୍ନୀ ଶ୍ରୀ, ଭୂ, ସରସ୍ଵତୀ ଓ ଭୁବନେଶ୍ୱରୀ। ଯାହା ମୂଳ ମହାଲକ୍ଷ୍ମୀଙ୍କ ଚାରି ରୂପ।

ଲୌକିକ ନୀତି ପାଇଁ ଶ୍ରୀଦେବୀ ଏଥିପାଇଁ ବିଜେ ହୁଅନ୍ତି କାରଣ ଏଠାରେ ଗୋପାଳର୍ଚ୍ଚନା ପଦ୍ଧତିରେ ଉପାସନା ହେଉଥିବାରୁ କୃଷ୍ଣ ଏଠି ରୁକ୍ମିଣୀଙ୍କୁ ବିବାହ କରିଛନ୍ତି ତେଣୁ ପାରିବାରିକ ନୀତି ତାଙ୍କ ସହିତ ହିଁ ସମ୍ପାଦନ କରିବେ। ଯଥା ଜଳକ୍ରିଡ଼ା,ଏକାନ୍ତ ଭୂଦେବୀଙ୍କୁ ବରାହ ଅବତାରରେ ପତ୍ନୀ ରୂପେ ସ୍ୱୀକାର କରିଥିବାରୁ ଶ୍ରୀମନ୍ଦିର ରେ ଏହାଙ୍କର କେବଳ ଅର୍ଚା ନୀତି ହୁଏ।

Leave a Reply

Your email address will not be published. Required fields are marked *