Wed. Oct 14th, 2026
କୋରାପୁଟ: କୋଟିଆର ସବୁ ଗ୍ରାମ ଓ ଅନୁଷ୍ଠାନରେ ଓଡିଆ ନାମ ଫଳକ ଲଗାଇବାକୁ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ବେଳେ କୋଟିଆର ସମସ୍ତ ଗ୍ରାମ ଓ ଅନୁଷ୍ଠାନରେ ଓଡିଆ ନାମ ଫଳକ ଲଗାଇବାକୁ ଅଧିକାରୀ ମାନଙ୍କୁ କୋରାପୁଟ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। କୋଟିଆ ଗ୍ରାମ ପୁଂଜରେ ବିଭିନ୍ନ ଯୋଜନାରେ ବିକାଶ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ସେସବୁ କାର୍ଯ୍ୟ ସମୁହର ଅଗ୍ରଗତି ଓ ଆଇନ ଶୃଙ୍ଖଳା ସ୍ଥିତି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା , ସ୍ବାସ୍ଥ୍ୟ , ପାନୀୟ ଜଳ ଯୋଗାଣ,ମୋବାଇଲ ନେଟୱ୍ବାର୍କ ବ୍ୟବସ୍ଥା,ପ୍ରତ୍ୟେକ ଗ୍ରାମକୁ ସଡକ ନିର୍ମାଣ ,ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ,ସହ ଚାଷ,ଉଦ୍ୟାନ ଚାଷ ଦ୍ବାରା ଲୋକଙ୍କ ଜୀବନ ଜୀବିକାରେ କିଭଳି ଉନ୍ନତି ଆସିପାରିଛି ସେସବୁର ଗୋଟି ଗୋଟି ବିଭାଗର ସମୀକ୍ଷା କରିଥିଲେ।ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ସମୟ ସୀମା ମଧ୍ୟରେ ତୁରନ୍ତ ସମାପନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସେହିଭଳି ପ୍ରତ୍ୟେକ ଗ୍ରାମ ଓ ଅନୁଷ୍ଠାନରେ ଓଡିଆ ଭାଷାର ଫଳକ ଲଗାଇବାକୁ ବି ବୈଠକରେ ନିର୍ଦେଶ ଦେଇଛନ୍ତି । ବୈଠକରେ କୋରାପୁଟ ଏସପି ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ ପଟାଙ୍ଗି ବ୍ଲଜର ବିଡିଓ ଓ ଅଧିକାରୀ ,କୋଟିଆ ପଂଚାୟତର ପଂଚାୟତ ଅଧିକାରୀ ବୈଠକରେ ଯୋଗଦେଇ ଦେଇଥିଲେ।

କୋରାପୁଟରୁ ଦିଲ୍ଲୀପ କୁମାର ମହାନ୍ତି,ଶବ୍ଦ ମିଡ଼ିଆ

Leave a Reply

Your email address will not be published. Required fields are marked *