Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଗାଁରେ ମଙ୍ଗଳବାର ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ କମ୍ବିଂ ଓ ସର୍ଚ ଅପରେସନକୁ ଜୋର୍‌ଦାର କରାଯାଇଛି। ସର୍ଚ ଅପରେସନ୍‌ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲିର ଏହି ଘଟଣା ପରେ ଟାପରାଙ୍ଗ ଗାଁ ଶୂନଶାନ୍‌ ହୋଇଯାଇଛି। ଅନ୍ୟପକ୍ଷରେ ଅଧିକ ତଥ୍ୟ ପାଇଁ ପୁଲିସ ଟାପରାଙ୍ଗ ଗାଁର ଆଶାକର୍ମୀଙ୍କ ସମେତ ତାଙ୍କ ସ୍ବାମୀ ଓ ଝିଅକୁ ଉଠାଇଥିବା ଗ୍ରାମବାସୀ କହିଛନ୍ତି।

ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ‌କଡ଼ା ସୁରକ୍ଷା ମଧ୍ୟରେ ମୃତ ୩ ମାଓବାଦୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପରିଚୟ ନ ମିଳିଲେ କିମ୍ବା ପରିବାର ଲୋକେ ନ ଆସିଲେ ପୁଲିସ୍‌ ପକ୍ଷରୁ ସେମାନଙ୍କ ଶବ ଦାହ କରାଯିବ ବୋଲି ସୂଚନା ମଳିଛି। ୩ ମାଓବାଦୀଙ୍କ ମଧ୍ୟରୁ ଜଣକ ନିକଟରୁ ଏକେ-୪୭ ବନ୍ଧୁକ ଥିବା ଯୋଗୁଁ ଏହା ଛତିଶଗଡ଼ ମାଓ କ୍ୟାଡର ଏସିପି ରୢାଙ୍କର ଶୀର୍ଷସ୍ତରର ନେତା ହୋଇଥିବା ସନ୍ଦେହ କରାଯାଉଛି। ମୃତ ମାଓବାଦୀମାନଙ୍କୁ ଚିହ୍ନଟ ପାଇଁ ଫଟୋ ସମସ୍ତ ଜିଲ୍ଲା ଏସ୍‌ପି ଓ ଛତିଶଗଡ଼ ତଥା ପଡ଼ୋଶୀ ରାଜ୍ୟର ପୁଲିସ ବିଭାଗକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *