Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବୁଧବାର ମଧ୍ୟରାତ୍ରରେ ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିବା କଥା ପଞ୍ଜାବ ପୁଲିସ କହିଛି। ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ସ୍ବର୍ଣ୍ଣମନ୍ଦିର ଆଖପାଖ ଅଞ୍ଚଳରେ ତୃତୀୟ ବିସ୍ଫୋରଣ। ପୂର୍ବରୁ, ମେ ୬ ଓ ୮ ତାରିଖରେ ସ୍ବର୍ଣ୍ଣ ମନ୍ଦିର ନିକଟ ହେରିଟେଜ୍‌ ଷ୍ଟ୍ରିଟ୍‌ରେ ବିସ୍ଫୋରଣ ଘଟିଥିଲା।
ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୧ଟା ବେଳେ ତୃତୀୟ ବିସ୍ଫୋରଣ ଘଟିଥିଲା। ଏହି ଦେଶୀ ବୋମା ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ବିସ୍ଫୋରଣ ବେଳେ ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ କୋଠରିରେ ୨ଜଣ ପୁରୁଷ ଓ ଜଣେ ମହିଳା ଥିଲେ। ସେ ୩ଜଣଙ୍କୁ ମଧ୍ୟ ପଚରା ଉଚରା ଚାଲିଛି।

Leave a Reply

Your email address will not be published. Required fields are marked *