ବାତ୍ୟାର ରୂପ ନେଇପାରେ ଅବପାତ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହେଉଛି । ଏହା ଆଜି ବାତ୍ୟାର ରୂପ ନେଇପାରେ । ବଳ ଜୁଟାଇବା ସହ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ପ୍ରଥମେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବମୁହାଁ ହୋଇ ଆଗକୁ ଯିବ ।

୧୨ ତାରିଖ ଆଡକୁ ବାତ୍ୟା ଦିଗ ବଦଳାଇ ବାଂଲାଦେଶ ଓ ମିଆଁମାର ଆଡକୁ ମୁହାଁଇପାରେ ବୋଲି ଆକଳନ କରାଯାଇଛି । ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଆଜି ପବନର ବେଗ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ସମୁଦ୍ର ଆଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଆମେରିକା ପାଣିପାଗ ସଂସ୍ଥା ଜଏଂଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ହେଉଥିବା ନେଇ ପୂର୍ବାନୁମାନ କରାଯାଇଛି ।

You May Also Like

More From Author

+ There are no comments

Add yours