ଶବ୍ଦ ଓଡିଶା ବ୍ୟୁରୋ: ଫାଙ୍କା ଗୁଳି ଚଳାଇ ଆତଙ୍କ ସୃଷ୍ଟି କଲା ନିଶାସକ୍ତ ଯୁବକ । ଭଦ୍ରକ ପୁରୁଣା ବଜାର ଉତ୍ତର ବାହିନୀ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଯୁବକକୁ କାବୁ କରି ଘଟଣାର ତଦନ୍ତ ଜାରି ରଖିଛି । ଯୁବକଙ୍କ ଘର ବାସୁଦେବପୁରର ବୋଲି ଜଣାପଡ଼ିଥିବା ବେଳେ ଘଟଣାସ୍ଥଳରୁ ପୋଲିସ ଗୋଟିଏ ଗୁଳି ଜବତ କରିଛି । ଘଟଣାସ୍ଥଳରେ ଡଗ୍ ଓ ବମ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାହିଁକି ସେ ଏପରି କରୁଥିଲା ତାହାର ତଦନ୍ତ କରାଯାଉଥିବା କହିଛନ୍ତି ସିଟି ଡିଏସପି ।
