Thu. Oct 15th, 2026

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଞ୍ଚାୟତ ଅଧିନ କୋନ୍ଧିଓଡା ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ଗ୍ରାମର ବାସନ୍ତୀ ଓଟିକୁ କେନ୍ଦ୍ର କମିଟି ଏବଂ ଗ୍ରାମବାସୀଙ୍କୁ ନେଇ ଏକ ଚୟନ ବୈଠକ ସମୟରେ ପାଟିତୁଣ୍ଡ। ବୈଠକରେ ପାଟିତୁଣ୍ଡ ହେବାରୁ ବୈଠକ ବାତିଲ ହୋଇଥିଲା। ଏହା ସତ୍ୱେ ସେହି ତାରିଖରେ କମିଟି ଦ୍ୱାରା ଚୟନ ନ ହୋଇ ମଧ୍ୟ କମିଟି ଦ୍ୱାରା ଚୟନ କରାଯାଇଥିବା କୌଣସି ଲୋକଙ୍କ ଦସ୍ତଖତ ନ ଥାଇ ଏକ ଜାଲ ରେଜୁଲେସନ ପ୍ରସ୍ତୁତ କରାଯାଇଥିଲା। ଗତ ଏପ୍ରିଲ ୫ ତାରିଖରେ ବିଭାଗ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରି ଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ତତ୍କାଳୀନ ସିଡିପି ଓ ସୈରେନ୍ଦ୍ରୀ ମହାନନ୍ଦଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ ପାଇଥିଲା। ଏହାର ତୁରନ୍ତ ବିଚାର କରିବା ପାଇଁ ଗ୍ରାମବାସୀମାନେ ଶିଶୁ ବିକାଶ କାର୍ଯ୍ୟଳୟରେ ଏକ ଲିଖିତ ଅଭିଯୋଗ ଦେଇଥିଲେ l ଆଜି ନୂତନ ସିଡିପି ଓ ସୁଦର୍ଶନୀ ରଥ ଏବଂ ମଣ୍ଡଳ ପରିଦର୍ଶିକା ଦଳିଲା ଖୋସଲା କୋନ୍ଧିଓଡା ଗ୍ରାମ ଗସ୍ତ କରି ବାସନ୍ତୀଙ୍କୁ ସହାୟିକା ଭାବରେ କେନ୍ଦ୍ରରେ କାମ କରିବାକୁ ଦେବା ପାଇଁ ବୁଝା ସୁଝା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ଗ୍ରାମବାସୀମାନେ ବାସନ୍ତୀଙ୍କୁ ନିଯୁକ୍ତି ପାଇଁ ଚୟନ ହୋଇଥିବା ରେଜୁଲେସନ କପି ଦେଖାଇବାକୁ ଜିଦ ଧରିବା ସହ କେନ୍ଦ୍ରରେ ସହାୟିକା ନିଯୁକ୍ତି ଚୟନ ନୂତନ ଭାବରେ କରିବାକୁ ଜିଦ ଧରି ବସିଥିଲେ l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି lକୋନ୍ଧିଓଡା ଅଙ୍ଗନୱାଡି କେନ୍ଦ୍ରର ସହାୟିକା ସୁରୁବାଲି ଓଟି ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ଗତ ଜାନୁୟାରୀ ୨୦ ରେ ଶିଶୁ ବିଭାଗ ଦ୍ୱାରା ସହାୟିକା ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରାଯିବାରୁ କବିତା କାଣ୍ଡ, ଧନମତୀ କାଣ୍ଡ ଏବଂ ବାସନ୍ତୀ ଓଟି ଆବେଦନ କରିଥିଲେ l ଏହାକୁ ଜାନୁୟାରୀ ୨୭ ରେ ତତ୍କାଳିନ ସିଡିପିଓ ସୈରେନ୍ଦ୍ରୀ ମହାନନ୍ଦ, ମଣ୍ଡଳ ପରିଦର୍ଶିକା ଦଳିଲା ଖୋସଲା, ଗ୍ରାମକୁ ଯାଇ ଗ୍ରାମର ଗର୍ଭବତୀ, ମାତୃ ମଙ୍ଗଳ କମିଟି ଏବଂ ଗ୍ରାମର ଭଦ୍ର ମହିଲାଙ୍କୁ ନେଇ ଚୟନ ବୈଠକ ଚାଲୁଥିବା ସମୟରେ ନିଜକୁ ଆଦିବାସୀ ପ୍ରାର୍ଥୀନୀ ଏବଂ ପୂର୍ବରୁ ତାଙ୍କ ଶାଶୁ ଏଠାରେ ସହାୟିକା ଭାବେ କାର୍ଯ୍ୟ କରିଥିବାରୁ ସେ ପାଇବା ହକଦାର କହି ବାସନ୍ତୀ ଓଟି ପାଟି ତୁଣ୍ଡ କରିବାରୁ ବୈଠକ ଭଗ୍ନ ହୋଇଯାଇଥିଲା l ଏହା ସତ୍ୱେ ବିଭାଗ ଦ୍ୱାରା ସମାନ ତାରିଖରେ ବୈଠକରେ ବାସନ୍ତୀଙ୍କୁ ସହାୟିକା ଭାବରେ ସମସ୍ତ କମିଟି ଚୟନ କରାଯାଇଥିବା ଦର୍ଶାଇ କୌଣସି ଦସ୍ତଖତ ନ ଥାଇ ଏକ ଜାଲ ରେଜୁଲେସନ ପ୍ରସ୍ତୁତ କରି ନିଯୁକ୍ତି ପତ୍ର ପ୍ରଦାନ କରିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରି ବାସନ୍ତୀଙ୍କୁ କେନ୍ଦ୍ରରେ କାର୍ଯ୍ୟରେ ପୂରାଇ ଦେଇନଥିଲେ l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *