Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଅଭିଯୋଗ ଦେବାପାଇଁ ଖୁବ କମ ସଂଖ୍ୟକ ଆବେଦନକାରୀ ପହଞ୍ଚିଥିଲେ। ପଂଚାୟତସ୍ତର ଦାୟିତ୍ବରେ ଥିବା ଅଥିକାରୀ ଓ ନିର୍ବାଚିତ ପ୍ରତିନିଧି ସାଧାରଣ ଜନତାଙ୍କୁ ଜଣାଇବାରେ ବିଫଳ ଥିବାର ମୂଖ୍ୟ କାରଣ ହୋଇଥିବା ସମୟରେ ଜନ ଶୁଣାଣି ଅଭିଯୋଗ ପରେ ବିଭାଗୀୟ ଅଧିକାରୀଙ୍କ ଦେଇଥିବା ଚିଠାର ଅଣଦେଖା ଓ ହିତାଧିକାରୀ/ ଆବେଦନକାରୀ ସଂପୃକ୍ତ କାର୍ଯ୍ୟପାଇଁ ଅଫିସକୁ ଧାଇଁ ଧାଇଁ ନାକେଦମ।
ଶିବିରରେ ଖୋର୍ଦ୍ଧା ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲପାଳ ପ୍ରତାପ ଚଦ୍ର ବେଉରା, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ଆଦି ଉପସ୍ଥିତ ଥିଲେ। ଶିବିରରେ ସମୁଦାୟ ୮୮ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୮୧ ଗୋଟି ବ୍ୟକ୍ତିଗତ ଓ ୪ ଗୋଟି ଗୋଷ୍ଠୀ ଅଭିଯୋଗ । ସେହିପରି ଭାବେ ୩ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା l ଉକ୍ତ ଶିବିରରେ ବିଡ଼ିଓ ଶୀତଲ ଅଗ୍ରୱାଲ , ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ତତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *