ଚଳଚଞ୍ଚଳ ରଥଖଳା: ତିନି ରଥର ଅଖ ଅନୁକୂଳ

ଶବ୍ଦ ଓଡିଶା ବ୍ୟୁରୋ: ଚଳଚଞ୍ଚଳ ରଥଖଳା । ଅଖ ନିର୍ମାଣ ପାଇଁ ତିନି ରଥର ଗୋଟିଏ ଗୋଟିଏ ୪୦ଫୁଟିଆ ଅଖ କାଠର ଅନୁକୂଳ ପୂଜା ସମ୍ପନ୍ନ ହେବା ପରେ ୩ଟି ଅଖର ଦୁଇ ପାର୍ଶ୍ୱର ଗୋଲେଇ କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ତିନି ରଥର ଆଉ ୩ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହୋଇଛି । ତିନି ରଥର ସର୍ବ ମୋଟ ୧୫ଟି ଚକ ନିର୍ମାଣ ଶେଷ ହୋଇଛି ।
ତାଳଧ୍ୱଜ ରଥର ୪ଟି ପଡି ନାହାକ ଚକରୁ ୩ଟି ଚକ କାମ ଶେଷ ହୋଇଛି । ରଥର ୧୧ଗୋଟି ସାଲ ଗୁଜ, ୯ଗୋଟି ଜଳଯନ୍ତ୍ର, ଓ ୮ଟି ତୀଖ ଗୁଜ ନିର୍ମାଣ ଶେଷ ହୋଇଛି । ସେହିଭଳି ନନ୍ଦିଘୋଷ ରଥର ମୋଟ ୧୬ଟି ଚକ ମଧ୍ୟରୁ ୪ଟି ନାହାକା ଚକ, ୪ଟି ପଡିନାହାକା ଚକ ମଧ୍ୟରୁ ୪ଟି ନାହାକା ଚକ କାମ ଶେଷ ହୋଇଛି । ସେପଟେ ତିନି ରଥର ରୂପକାର ସେବକମାନେ ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି ।

You May Also Like

More From Author

+ There are no comments

Add yours