ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ: ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ କୁମାର

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ । ଦିନ ୧୧ଟା ୩୦ରେ ସ୍ୱତନ୍ତ୍ର ବିମାନ ଯୋଗେ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ରାଜ୍ୟ ଅତିଥି ଭବନ ଯିବେ । ୧୧ଟା ୫୫ରେ ଅତିଥି ଭବନରୁ ବାହାରି ନବୀନ ନିବାସ ଯିବେ ବିହାର ମୁଖ୍ୟମନ୍ତ୍ରୀ । ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ । ଏହି ସମୟ ଭିତରେ ରାଜନୈତିକ ଆଲୋଚନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାପଡ଼ିଛି ।

You May Also Like

More From Author

+ There are no comments

Add yours