ଗୁଣୁପୁରରେ ପ୍ରତିଷ୍ଠା ହେବ କପା ଜେନିଂ ଏବଂ ପ୍ରେସିଂ ମିଲ

ଶବ୍ଦ ଓଡିଶା ବ୍ୟୁରୋ: କପା ଉତ୍ପାଦନରେ ଏକ ହବ ହେଉଛି ଗୁଣୁପୁର । ଶୀଘ୍ର ଏଠାରେ ବସିବ ଜେନିଂ ଏବଂ ପ୍ରେସିଂ ମିଲ । ଗୁଣୁପୁର ଆରଏମସି ଏଥିପାଇଁ 6 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ରାଜ୍ୟ କୃଷି ବିପଣନ ପରିଷଦ ମଧ୍ୟ ଏହାକୁ ସବୁଜ ସଙ୍କେତ ଦେଇଛି । ଏହା ହେବାପରେ ଆଦିବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହେବାକୁ ଯାଇଛି । ଆସନ୍ତା ଅକ୍ଟୋବର ମାସରେ ଏହାର ଭିତ୍ତିପ୍ରସ୍ତର ପଡିବାକୁ ଯାଉଛି । ପରବର୍ତ୍ତୀ ଏକ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ସହ ବାର୍ଷିକ 3 ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।

ଗୁଣୁପୁର ନିକଟ ଜଲତାରରେ 5 ଏକର ସରକାରୀ ଜମି ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା 3 ଏକର ଜମିକୁ ଆରଏମସି ନାମରେ କରାଯାଇସାରିଛି । ଆବଶ୍ୟକ ପଡିଲେ ଆଉ 2 ଏକର ଜମି ସରକାରଙ୍କ ଠାରୁ ଆରଏମସି ପରେ ନେବ । ଏନେଇ ଗୁଣୁପୁର ନିୟନ୍ତ୍ରିତ ବଜାର କିମିଟି ସମ୍ପାଦକ ଦଲପତି କାର୍ଜା ସୂଚନା ଦେଇଛନ୍ତି ।

You May Also Like

More From Author

+ There are no comments

Add yours