ଦବଙ୍ଗ ଦୁଲହନ୍

ଉତ୍ତରପ୍ରଦେଶ: ଦୁଲହନ୍ । ଦେଖନ୍ତୁ ଏହି ବିବାହ ଉତ୍ସବକୁ । ଏହା କୌଣସି ଫିଲ୍ମର ସୁଟିଂର ଦୃଶ୍ୟ ନୁହେଁ । ଏକ ବାହାଘରର ଦୃଶ୍ୟ । ଅଗ୍ନିକୁ ସାକ୍ଷୀରଖି ସାତଜନ୍ମର ଜୀବନସାଥୀକୁ ଆପଣାଇବାର ଦୃଶ୍ୟ । ଏବେ ଯିବା ସମ୍ପୂର୍ଣ୍ଣ ଘଟଣାକୁ । ଏ ଦବଙ୍ଗ ଦୁଲହନ ହେଉଛନ୍ତି ଉତ୍ତରପ୍ରଦେଶ ପ୍ରତାପଗଡ଼ ଜେଠୱାରା ଥାନାଠାରୁ ୩ କିଲୋମିଟର ଦୂରର । ତିଆରି ହୋଇଥିଲା ସୁସଜ୍ଜିତ ବିବାହ ମଣ୍ଡପ । ଅତି ସୁନ୍ଦର ଭାବେ ସଜ୍ଜା ହୋଇଥିଲା ବିବାହ ମଣ୍ଡପ । ଲାଗିଥିବା ଲୋକଙ୍କ ଗହଳଚହଳ । ଧୀରେ ଧୀରେ ବିବାହ ମଣ୍ଡପକୁ ଉଠିଲେ କନ୍ୟା । ଏହି ସମୟରେ ଜଣେ ଲୋକ ତାଙ୍କୁ ବଢାଇଦେଲେ ଏକ ବନ୍ଧୁକ । ଆଉ କନ୍ୟା କଲେ ବ୍ଲକ୍ ଫାଏରିଂ । ପରେ ସେ ବର ଗଳାରେ ଲମ୍ବାଇ ଦେଲେ ବରଣମାଳା । ଆଉ ଥରେ ଦେଖନ୍ତୁ ଏହି ଦୃଶ୍ୟକୁ । ଏହି ଘଟଣାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ବନ୍ଧୁକ ରଖିଥିବା ଲୋକଙ୍କ ଲାଇସେନ୍ସ ରଦ୍ଧ କରିବାକୁ ଦାବି ଜୋର ଧରିଛି ।

You May Also Like

More From Author

+ There are no comments

Add yours