ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି ଚଢ଼ାଉ। ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କାସିହରିପୂର୍ ଅଂଚଳରେ ଚଢ଼ାଉ କରିଥିଲା। ଅଠରନଳା ଥାନା ଅନ୍ତର୍ଗତ ନୀଳଚକ୍ର ନଗର ଗ୍ରାମର ୨୭ ବର୍ଷୀୟ ଅଭିଯୁକ୍ତ ସୌମ୍ୟରଞ୍ଜନ ପଣ୍ଡାକୁ ଗିରଫ କରାଯାଇଛି। ତାଙ୍କ ଠାରୁ ୯୭ ଗ୍ରାମ ହିରୋଇନ୍ ଜବତ କରାଯାଇଛି। ଜିଲ୍ଲା ସଦର ରେଞ୍ଜ କେସ ନଂ ୧୩/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ହିରୋଇନର ମୂଲ୍ୟ ପ୍ରାୟ ୯ ଲକ୍ଷ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ବିନୋଦ ବାସ୍କେ ଓ ସ୍ଵୟଂ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ, ଏଏସଇ ମାନସ କୁମାର ମିଶ୍ର, ସନ୍ତୋଷ ନାୟକ ଏବଂ କର୍ମଚାରୀ ସଞ୍ଜୀବ ହସ୍ତି, ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ଜ୍ୟୋତି ସ୍ମିତା ଡଙ୍ଗୁଆ ଓ ଆଶିଷ ପ୍ରଧାନ ଦାସ ପ୍ରମୁଖ ସାମିଲ ଥିଲେ ।