Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ।
ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବାଘ ଆକ୍ରମଣ କରି ମାରି ଖାଇ ଦେଇଥିବା ଜଣା ପଡ଼ିଛି। ଗତ ମାର୍ଚ୍ଚ ୧୫ ତାରିଖ ଦିନ ଏହି ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଗାଁ ଭିତରକୁ ଆସି ବାଘ ବାଛୁରୀକୁ ମାରି ଖାଇଲା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ସୂଚନା ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *