ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ମାସରେ ଓଡ଼ିଶାରେ ଦୌଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍। ସେଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବଗି ଗଲା କୋଲକାତା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଓଡ଼ିଶା ଆସିବ। ଓଡ଼ିଶାରେ ସେକେଣ୍ଡାରୀ ମେଣ୍ଟେନାନ୍ସ ପରେ ବିଧିବଦ୍ଧ ଉଦଘାଟନ ହେବ ବୋଲି ଜଣାପଡ଼ିଛି।
ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି। ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ। ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି।
