Wed. Oct 14th, 2026

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୋଗ ନିଦାନ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ବିଭାଗରେ କାର୍ଯ୍ୟରତ କୁଶଳୀ ଲାବୋରେଟୋରୀ ଟେକନିସିଆନମାନେ ନିରନ୍ତର ପରିଶ୍ରମ କରି ପରୀକ୍ଷଣର ସଠିକ୍ ଫଳାଫଳ ଡାକ୍ତରମାନଙ୍କୁ ପ୍ରଦାନ କରିଥାନ୍ତି । ଫଳତଃ ରୋଗୀର ରୋଗ ନିରୂପଣ ତତକାଳ ହୋଇ ଜୀବନ ରକ୍ଷା ହୋଇଥାଏ। ସେହି ଲବୋରେଟୋରୀ ପ୍ରଫେସନାଲମାନଙ୍କ ପାଇଁ ବିଶ୍ଵ ଲାବୋରେଟରୀ ସପ୍ତାହ ଏପ୍ରିଲ ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ।

ପୁରୀର ଗୋପାଳପୁର ସ୍ଥିତ ଆଇଏମଟି ଫାର୍ମାସୀ କଲେଜର ଆଲାଏଡ ସାଇନ୍ସ ବିଭାଗ ଏହି ଅବସରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲବୋରେଟୋରୀ ଟେକନିସିଆନମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ମୁଖ୍ୟ ଅତିଥି ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଟି.ନାରାୟଣ ରାଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଡଃ ମିଶ୍ର କହିଥିଲେ କୋଭିଡ ପରଠାରୁ ଲବୋରେଟରୀ ଟେକନିସିଆନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସମସ୍ତେ ଭଲ ଭାବରେ ଅବଗତ ହେଲେଣି। ଆଇ. ଏମ୍. ଟି ଫାର୍ମାସୀ କଲେଜ୍ ଗୁଣାତ୍ମକ ଶିକ୍ଷା ଦାନ ମାଧ୍ୟମରେ କୁଶଳୀ ଲବୋରେଟୋରୀ ଟେକ୍ନିସିଆନ ତିଆରି କରୁଥିବାରୁ ସାଧୁବାଦ ଜଣାଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ କୁମାର ରଥ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଆଇ.ଏମ୍. ଟି ଫାର୍ମାସୀ କଲେଜର ଅନ୍ୟତମ ନିର୍ଦ୍ଦେଶକ ଡ.ଅନ୍ନଦା ପ୍ରସାଦ ମହାପାତ୍ର ,ଅଧ୍ୟକ୍ଷ ଡ. ଅଗ୍ନି ମିତ୍ର ଦିଣ୍ଡା, ଉପଧକ୍ଷ ଦେବାଶିଷ ମିଶ୍ର ,ବରିଷ୍ଠ ଅଧ୍ୟାପକ କମଳାକାନ୍ତ ଆଚାର୍ଯ୍ୟ, ଭାଗ୍ୟଶ୍ରୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟରତ ଲବୋରେଟୋରୀ ଟେକନିସିଆନମାନଙ୍କୁ ଉପଢୌକନ ଓ ପ୍ରଶସ୍ତି ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ହୋଇଥିବା ଲବୋରେଟୋରୀ ଟେକନିସିଆନମାନେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ରକ୍ତ କେନ୍ଦ୍ର, ସଂକ୍ରାମକ ରୋଗ ଚିକିତ୍ସାଲୟରେ କାର୍ଯ୍ୟରତ ଅଛନ୍ତି। ଫାର୍ମାସୀ କଲେଜର ଭବାନୀ ସାମନ୍ତରାୟ, ପ୍ରତୀକ୍ଷା ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ଅବସରରେ ଅକ୍ଷୟ କୁମାର ସ୍ବାଇଁ,ପୁଷ୍ପାଞ୍ଜଳି ନାୟକ , ଶକ୍ତିକାନ୍ତ ମହାପାତ୍ର , ଜଗଦୀଶ ମହାନ୍ତି, ବିରଞ୍ଚି ନାରାୟଣ ବିଶ୍ଵାଳ , ଶ୍ରୀନିବାସ ମହାନ୍ତି , ଭାରତୀ ଜୟସିଂହ, ସଂଗୀତା ସାମଲ, ଲକ୍ଷ୍ମୀଧର ବେହେରା , ନିରୁପମା ପାଣି, ପୂଜା ବେହେରା, ମାନସୀ ରାଉତରାୟ, ପ୍ରସନ୍ନ କୁମାର ଦାସ , ନୈବେଦ୍ୟ ନାୟକ , ଅଭିପସା ସ୍ବାଇଁ, ସୁଦିପ୍ତ| ସ୍ବାଇଁ , ରୋଜାଲିନ ଦାସ ଓ ସସ୍ମିତା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *