Wed. Oct 14th, 2026

ପୁରୀ ପୋଲିସକୁ ବଡ଼ ସଫଳତା ।ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବାବେଳେ ସେମାନଙ୍କ ଠାରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୁଆ ମହାନ୍ତି, ରାଜା ଆଚାର୍ଯ୍ଯ, ମିଲନ ମିଶ୍ର, ଦିପକ ସୁଆର ଓ ନିଲୁ ବାରିକ। ଅପରାଧୀମାନଙ୍କ ଠାରୁ ୩ଟି ବନ୍ଧୁକ ଓ ୧୦ଟି ଅଫୁଟାଗୁଳି, ଛୁରୀ , ୪ଟି ମୋବାଇଲ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ବିଭିନ୍ନ ଥାନାରେ ରହିଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ମନୁଆକୁ ଗିରଫ କରିଥିବା ବେଳେ ଆବଶ୍ୟକତା ପଡିଲେ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି। ତେବେ ବନ୍ଧୁକ କେଉଁଠାରୁ ଅଣାଯାଇଛି ଏବଂ କିଏ ଦେଇଛି ସେ ନେଇ ଅଧିକ ତଦନ୍ତ କରାଯାଉଛି। ପୁରୀରେ ଅପରାଧିକ ମାମଲା କରିବା ନେଇ ଏହି ଅପରାଧିମାନେ ଯୋଜନା କରୁଥିବା ବେଳେ ଗୁଇନ୍ଦା ରିପୋର୍ଟ ଆଧାରରେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି।

Leave a Reply

Your email address will not be published. Required fields are marked *