Wed. Oct 14th, 2026

ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୩ରେ ଡେବ୍ୟୁ ଫିଲ୍ମ ‘ଜମିନ’ ପରଠାରୁ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଅନେକ ହିଟ୍‌ ଦେଇଛନ୍ତି। ‘ସିଂହମ’ ଏବଂ ‘ସିଂହମ ରିଟର୍ନସ’ର ସଫଳତା ପରେ ବର୍ତ୍ତମାନ ଅଜୟ ଦେବଗନ ଏବଂ ରୋହିତଙ୍କ ଯୋଡି ତୃତୀୟ ଫିଲ୍ମ ଘୋଷଣା କରିଛନ୍ତି।ଚଳିତ ବର୍ଷ ଅଗଷ୍ଟରୁ ଫିଲ୍ମଟି ଫ୍ଲୋର୍‌କୁ ଯିବା ପାଇଁ ସ୍ଥିର ହୋଇଛି। କେବଳ ଏତିକି ନୁହେଁ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି।ଏକ ରିପୋର୍ଟ ଅନୁଯାୟୀ, ନିର୍ମାତା ଫିଲ୍ମର ରିଲିଜ ତାରିଖକୁ ଲକ୍‌ କରିଛନ୍ତି। ଏହା ପ୍ରଥମେ ୨୦୨୪ ଦୀପାବଳୀ ଅବସରରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ଅଗଷ୍ଟ ୧୫ରେ ରିଲିଜ ହେବା ନେଇ ଯୋଜନା ରହିଛି। ଏଭଳି ପରିସ୍ଥିତିରେ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ କରିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଉକ୍ତ ଦିନରେ ରକ୍ଷାବନ୍ଧନ ପଡୁଥିବାରୁ ଛୁଟି ଯୋଗୁ ଜବରଦସ୍ତ ଲାଭ ମିଳିବ।’ସର୍କସ’ର ‘କରେଣ୍ଟ ଲଗା’ର ଗୀତ ଶୁଭାରମ୍ଭ ସମୟରେ ରୋହିତ ଶେଟ୍ଟୀ ଏହି ଘୋଷଣା କରିଛନ୍ତି ଯେ, ଦୀପିକା ପାଦୁକୋନଙ୍କୁ ‘ସିଂହମ ଏଗେନ୍‌’ ପାଇଁ ଚୟନ କରାଯାଇଛି। ପ୍ରଥମ ଥର ପାଇଁ ରୋହିତଙ୍କ ଫିଲ୍ମରେ ଦୀପିକା ପୋଲିସ କର୍ମୀ ଭୂମିକାରେ ନଜର ଆସିବେ। ପରଦାରେ ଦୀପିକା ପାଦୁକୋନ ଏବଂ ଅଜୟ ଦେବଗନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।

Leave a Reply

Your email address will not be published. Required fields are marked *