କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍ଙ୍କ ଆତ୍ମହତ୍ୟା। କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ସମ୍ପଥ୍ ଜେ ରାମ ଶନିବାର ନେଲମଙ୍ଗଲାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ଅଭିନେତାଙ୍କ ମୃତ୍ୟୁ ପରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଦେଖିବାକୁ ମିଳିଛି।ସମ୍ପଥ୍ ମୁଖ୍ୟ ଭାବରେ କନ୍ନଡ଼ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ତେବେ ତାଙ୍କୁ ଅନେକ ସମୟ ଧରି କୌଣସି କାମ ନମିଳିବାକୁ ନେଇ ଡିପ୍ରେସନ ଏବଂ ଆର୍ଥିକ ସ୍ଥିତି ଖରାପ କାରଣରୁ ସେ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଛି । କନ୍ନଡ଼ ଅଭିନେତାଙ୍କ ମୃତ୍ୟୁ ପରେ ଅନେକ ଶୋକ ପ୍ରକାଶ କରିଛନ୍ତି।ରିପୋର୍ଟ ଅନୁଯାୟୀ, କନ୍ନଡ଼ ଅଭିନେତା ସମ୍ପତ ଏକ ବର୍ଷ ତଳେ ବିବାହ ହୋଇଥିଲା। ତେବେ କାମ ନମିଳିବାକୁ ନେଇ ସେ ଡିପ୍ରେସନରେ ଥିଲେ। ଆଉ ଅର୍ଥ ଅଭାବରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅଭିନେତାଙ୍କ ଅନ୍ତିମ ସଂସ୍କାର ଆଜି କରାଯିବା ନେଇ କୁହାଯାଉଛି।ସମ୍ପତ ‘ଅଗ୍ନସାକ୍ଷୀ’ ଭଳି ଲୋକପ୍ରିୟ ସିରିଏଲ କାମ କରିଥିଲେ। ସେ ‘ ଶ୍ରୀ ବାଲାଜୀ ଫଟୋ ଷ୍ଟୁଡିଓ’ ନାମକ ଲୋକପ୍ରିୟ ଫିଲ୍ମରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଫିଲ୍ମ ନିର୍ଦ୍ଦେଶକ ରାଜେଶ ଧ୍ରୁବ ପୋଷ୍ଟ କରି ତାଙ୍କର ମୃତ୍ୟୁର ଶୋକ ପ୍ରକାଶ କରିଛନ୍ତି। ଅଭିନେତାଙ୍କ ଫ୍ୟାନ୍ମାନେ ମଧ୍ୟ ଏହି ଖବରକୁ ନେଇ ଚକିତ ହୋଇଛନ୍ତି।