Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ କଲା ସିବିଆଇ । ୩୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ମାମଲାରେ ଜେରା କରିବାକୁ ସମନ କରିଛି ସିବିଆଇ । ସିବିଆଇ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏପ୍ରିଲ ୨୭ ଓ ୨୮ ତାରିଖରେ ତାଙ୍କ ନିଜର ସୁବିଧା ଅନୁଯାୟୀ ହାଜର ହେବାକୁ କୁହାଯାଇଛି । ସିବିଆଇ କିଛି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଚାହୁଁଥିବାରୁ ଏଭଳି ସମନ କରିଛି ବୋଲି ମଲିକ କହିଛନ୍ତି ।
ଅକ୍ଟୋବର ୨୦୨୧ରେ ମଲିକ ଦାବି କରିଥିଲେ ଯେ ସେ ଜମ୍ମୁ କଶ୍ମୀର ରାଜ୍ୟପାଳ ଥିବାବେଳେ ଅନିଲ ଅମ୍ବାନିଙ୍କ ଜେନେରାଲ ଇନ୍ସୁରାନ୍ସ ସଂପର୍କିତ ଏକ ଫାଇଲ ଏବଂ ଜଣେ ଆରଏସଏସ ନେତାଙ୍କ ଫାଇଲ୍ ପାସ୍ କରିବାପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିଲା । ଗତବର୍ଷ ଅକ୍ଟୋବରରେ ମଧ୍ୟ ସିବିଆଇ ସତ୍ୟପାଲ ମଲିକଙ୍କୁ ଏହି ମାମଲାରେ ଜେରା କରିଥିଲା । ସିବିଆଇ ଏ ସଂକ୍ରାନ୍ତରେ ୨ଟି ମାମଲା ରୁଜୁ କରିବା ସହ ୧୪ଟି ସ୍ଥାନରେ ତଲାସି କରିଥିଲା । ସତ୍ୟପାଲ ମଲିକ ଜମ୍ମୁ କାଶ୍ମୀର ରାଜ୍ୟପାଳ ସହ ପୂର୍ବରୁ ବିହାରର ରାଜ୍ୟପାଳ ଥିଲେ ।

Leave a Reply

Your email address will not be published. Required fields are marked *