ସମ୍ବଲପୁରରେ ଫେରୁଛି ଶାନ୍ତି: ୧୪ଘଣ୍ଟା କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ଧିରେ ଧିରେ ସମ୍ବଲପୁରରେ ସୁଧୁରୁଛି ସ୍ଥିତି । କର୍ଫ୍ୟୁ କଟକଣାକୁ ଆହୁରି କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅର୍ଥାତ ୧୪ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି । ଇଣ୍ଟରନେଟ୍ ବ୍ୟବହାର ନେଇ ମଧ୍ୟ ସମ୍ବଲପୁରବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ସହରରେ ୨୪ଘଣ୍ଟିଆ ବ୍ରଡବ୍ୟାଣ୍ଡ ଓ ଲିଜ୍ ଲାଇନ ସେବା ଉପଲବ୍ଧ କରାଯାଇଛି । ତେବେ ଏହି ସେବା ବ୍ୟବହାରକାରୀ ଇଣ୍ଟରନେଟ୍ ସେବା ପାଇପାରିବେ । କିନ୍ତୁ ଶନିବାର ସକାଳ ୧୦ଟା ଯାଏଁ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

ଏପଟେ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସଦ୍ଭାବନା ଯାତ୍ରା କରାଯାଇଛି । ଯେଉଁ ଯାତ୍ରାରେ ଉଭୟ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ । ଆଉ ପରସ୍ପରକୁ ଆଲିଙ୍ଗନ କରି ଶାନ୍ତିର ବାର୍ତ୍ତା ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତକାଲି ହୋଇଥିବା ଶାକ୍ତି ଶୋଭାଯାତ୍ରାରେ ବ୍ୟାନରର ଗୋଟିଏ ପାର୍ଶ୍ୱକୁ ଜଣେ ହିନ୍ଦୁ ଧରିଥିବା ବେଳେ ଆଉ ଗୋଟିଏ ପାଶ୍ୱର୍କୁ ଜଣେ ମୁସଲିମ ସମ୍ପ୍ରଦାୟର ଲୋକ ଧରିଥିଲେ । ମଝିରେ ନିଜେ ଏସପି ଚାଲିଥିଲେ ।

You May Also Like

More From Author

+ There are no comments

Add yours