ଝାରସୁଗୁଡ଼ା ଭୋଟ୍ ପାଇଁ ୧୦ରେ ସରକାରୀ ଛୁଟି

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ’ ୧୦ତାରିଖରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ସଂକ୍ରାନ୍ତରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ ଆସନ୍ତା ମେ’ ୧୦ତାରିଖ ବୁଧବାର ଦିନ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ମାଜିଷ୍ଟ୍ରେଟ୍ କୋର୍ଟ, ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କଙ୍ଗ ଅନୁଷ୍ଠାନ ବନ୍ଦ ରହିବ । ମତାଧିକାର ସାବ୍ୟସ୍ତ କରିବା ପାଇଁ କର୍ମଚାରୀମାନଙ୍କ ନିମନ୍ତେ ଏହି ଛୁଟି ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବା ଯୋଗୁ ଝାରସୁଗୁଡ଼ା ବିଧାନସଭା ଆସନରେ ଆସନ୍ତା ମେ’ ୧୦ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।

You May Also Like

More From Author

+ There are no comments

Add yours