ଶବ୍ଦ ଓଡିଶା ବ୍ୟୁରୋ: ଆଜି ଇଦ୍ ଉଲ୍ ଫିତର୍। ଇସଲାମ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍।
ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍। ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ। ଇଦ୍ ପାଳନ ନେଇ କଟକ, ଭଦ୍ରକ ସମେତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛିା ମସଜିଦ ଓ ଆଖପାଖ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛିା
