ଅତିକ୍ ଅହମ୍ମଦ ହତ୍ୟାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ

ଶବ୍ଦ ଓଡିଶା ବ୍ୟୁରୋ: ଅତିକ୍ ଅହମ୍ମଦ ଓ ତାର ଭାର ଅସରଫକୁ ପ୍ରୟାଗରାଜ ଠାରେ ପୋଲିସ ଉପସ୍ଥିତିରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଏବେ ଚାରିଆଡୁ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରାଯାଉଛି । ଏହି କ୍ରମରେ ଏଆଇଏମଆଇଏମର ମୁଖ୍ୟ ତଥା ହାଇଦ୍ରାବାଦରୁ ସାଂସଦ ଥିବା ଅସଦୁଦ୍ଦିନ ଓୱେସୀ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଉତ୍ତରପ୍ରଦେଶ ସରକାର ଆଇନ ବଳରେ ନୁହେଁ ବରଂ ବନ୍ଧୁକ ମୁନରେ ଚାଲିଛି ।

ଓୱେସୀ ଏହି ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ କହିଛନ୍ତି କି, ଏହା ଏକ କୋଲ୍ଡ ବ୍ଲଡେଡ ହତ୍ୟାକାଣ୍ଡ । ଏହାକୁ ନେଇ ଯୋଗୀ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଓୱେସୀ । ଓୱେସୀ କହିଛନ୍ତି କି ଏଭଳି ଘଟଣା ଦେଖିବା ପରେ ଦେଶର ଜନତାଙ୍କ ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟି ଯାଇଛି ।

You May Also Like

More From Author

+ There are no comments

Add yours