ଓଡ଼ିଆରେ ଦେଇହେବ ସିଏପିଏଫ କନଷ୍ଟେବଳ ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଏହା ହେଉଛି କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଇଂରାଜୀ, ହିନ୍ଦୀକୁ ଛାଡି ୧୩ଟି ଆଂଚଳିକ ଭାଷାରେ ସିଏପିଏଫ କନେଷ୍ଟବଳ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ବା ସିଏପିଏଫ ଗ୍ରାଉଣ୍ଡ ଡ୍ୟୁଟି କନଷ୍ଟେବଳ ପଦବୀ ପାଇଁ ଅଧିକ ଆଂଚଳିକ ଯୁବବର୍ଗଙ୍କୁ ସାମିଲ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି; ଓଡ଼ିଆ, ଅସମିୟା, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼, ମାଲାୟଲମ, ତାମିଲ, ତେଲୁଗୁ, ଉଦ୍ଧ୍ୱର୍ୁ, ପଞ୍ଜାବୀ, ମଣିପୁରୀ, କୋଙ୍କଣୀ ଭାଷାରେ ପ୍ରସ୍ତୁତ ହେବ ସିଏପିଏଫ୍ ପ୍ରଶ୍ନପତ୍ର ଆସିବ । ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଆଂଚଳିକ ଭାଷାରେ ପରୀକ୍ଷା ଦେଇ ଚାକିରି ପାଇପାରିବେ ।
କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ବା ସିଏପିଏଫ୍ ମଧ୍ୟରେ ରହିଛି ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି ଓ ଏନ୍ଏସ୍ଜି ଭଳି କେନ୍ଦ୍ରୀୟ ସଂସ୍ଥା । ପ୍ରତିବର୍ଷ କନେଷ୍ଟବଳ ପଦବୀ ପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ଆଂଚଳିକ ଭାଷାରେ ପରୀକ୍ଷା ହେଲେ ଅନେକ ଏଥିରେ ଉପକୃତ ହେବେ।

You May Also Like

More From Author

+ There are no comments

Add yours