ଖରାରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୪ ସହର

ଶବ୍ଦ ଓଡିଶା ବ୍ୟୁରୋ: ଖରାରେ ସିଝୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରହିଛି । ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗରେ ଆକଳନ କରିଛି । ଏପ୍ରିଲ ମାସରେ ଓଡ଼ିଶାର ଅନ୍ୟତମ ଥଣ୍ଡା ସହରର ପରିଚୟ ପାଇଥିବା ଗୋପାଳପୁରରେ ବି ପାରା ହଠାତ୍‌ ବଢ଼ି ୩ ଦଶନ୍ଧିର ରେକର୍ଡକୁ ପଛରେ ପକାଇଛି। ବୁଧବାର ଦିନ ସହରର ସର୍ବୋଚ୍ଚ ତାପମାତ୍ରା ୩୯.୧ ଡିଗ୍ରୀ ସହ ପୂର୍ବ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।

ଝାରସୁଗୁଡ଼ା ସମେତ ରାଜ୍ୟର ୧୪ଟି ସହରରେ ପାରଦ ୪୦ ଡିଗ୍ରୀ ଉପରକୁ ଡେଇଁ ଯାଇଛି । ବାରିପଦାରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨, ବୌଦ୍ଧ ଓ ତାଳଚେରରେ ୪୧.୬, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୧.୨, ଅନୁଗୁଳରେ ୪୧.୧, ଭଦ୍ରକ, ସୁନ୍ଦରଗଡ଼ ଓ ସୋନପୁରରେ ୪୧, ହୀରାକୁଦରେ ୪୦.୭, ରାଉରକେଲାରେ ୪୦.୬ ଓ ଚାନ୍ଦବାଲିରେ ୪୦.୩ ଡିଗ୍ରୀ ରହିଥିଲା । ଗତକାଲି ୪୦ ଡିଗ୍ରୀ ଡେଇଁଥିବା ଭୁବନେଶ୍ବର ତାପମାତ୍ରା ୩୯.୮ ଡିଗ୍ରୀକୁ ହ୍ରାସ ପାଇଛି । ଆସନ୍ତା ୩ ଦିନ ଯାଏ ଅସ୍ତବ୍ୟସ୍ତ କରିବ ତାତି ।

You May Also Like

More From Author

+ There are no comments

Add yours